Quotes

Audio

Read

Books


Write

Sign In

We will fetch book names as per the search key...

ନୀରବ ମୂର୍ଚ୍ଛନା (Niraba Murchhna)

By ସଚ୍ଚିଦାନନ୍ଦ ବସ୍ତିଆ (Satchidananda Bastia)


GENRE

Poetry

PAGES

150

ISBN

9789360703226

PUBLISHER

StoryMirror

PAPERBACK ₹199
Rs. 199
Best Price Comparison
Seller Price
StoryMirror Best price ₹199
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

About the Book:


କବିତା ସଙ୍କଳନ "ନୀରବ ମୂର୍ଚ୍ଛନା" କବିଙ୍କର ଏକ ସ୍ଵତନ୍ତ୍ର ଓ ଅନବଦ୍ୟ ସୃଷ୍ଟି। କବିଙ୍କର ସୂକ୍ଷ୍ମଦୃଷ୍ଟି ଓ ଶବ୍ଦ ସଂଯୋଜନାର ନୈପୁଣ୍ୟ ତାଙ୍କ ଭାବନା ତରଙ୍ଗର ଉଚ୍ଛ୍ବାସକୁ କବିତାର ଛଳଛଳ ନିର୍ଝରିଣୀ ରୂପରେ ବୁହାଇଦେଇଛି ଯାହା ପ୍ରତିଟି ହୃଦୟକୁ ପ୍ଳାବିତ କରିବ ଏଥିରେ ସନ୍ଦେହ ନାହିଁ। ସେ ଶୁଣିପାରିଛନ୍ତି ମଞ୍ଜୁଳ ପ୍ରକୃତିର ନୀରବତା ଭିତରେ ଜୀବନର ସୁମଧୁର ସଂଗୀତ। ସେହି ସଂଗୀତର ତାଳେ ତାଳେ ନାଚି ଉଠିଛି ତାଙ୍କର କବିପ୍ରାଣ ଏକ ଅପୂର୍ବ ରୋମାଞ୍ଚରେ। ପ୍ରତିଟି କବିତାରେ ଏହି ଅବଦମିତ ଭାବାବେଗ ପାଠକ ହୃଦୟକୁ ଭାବବିହ୍ବଳିତ କରିବାରେ ସମର୍ଥ। ସଂକଳନର ନାମକରଣ ଯଥାର୍ଥ ଏବଂ ନାମ ହିଁ ଏହାର ପ୍ରକୃତ ପରିଚୟ। କବି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବସ୍ତିଆଙ୍କ ଲେଖନୀ ଚଳଚଞ୍ଚଳ ରହି ଓଡ଼ିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରୁ, ଏକାନ୍ତ କାମନା। ଜୟ ଶ୍ରୀଜଗନ୍ନାଥ।


About the Author:


କବି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବସ୍ତିଆଙ୍କ ଜନ୍ମ, ପିତା ସ୍ବର୍ଗତ ବ୍ରହ୍ମାନନ୍ଦ ବସ୍ତିଆ ଓ ମାତା ସ୍ବର୍ଗତା ସରସ୍ଵତୀ ଦେବୀଙ୍କ ଔରସରୁ କଟକ ଜିଲ୍ଲା ଅନ୍ତର୍ଗତ ସିଠାଳୋ ଗ୍ରାମରେ। ରମଣୀୟ ପଲ୍ଲୀପ୍ରକୃତି କୋଳରେ ବିତିଥିବା ତାଙ୍କର ଆଶୀର୍ବାଦିତ ଶୈଶବ ତାଙ୍କୁ ତାଙ୍କର କୈଶୋରାବସ୍ଥାରୁ ହିଁ କରିଥିଲା କବି ମନସ୍କ। ସେଥିପାଇଁ ତାଙ୍କର ପ୍ରତିଟି କବିତାରେ ପ୍ରକୃତି ହିଁ ସାଜିଛି କାବ୍ୟନାୟିକା। ସେହି ପ୍ରକୃତି ଭିତରେ ସେ ଅନୁଭବ କରିଛନ୍ତି ଛଳଛଳ ଜୀବନର ଅମୀୟ ଧାରା, ଯାହା ତାଙ୍କ କବିତାର ସମୃଦ୍ଧ ଅନ୍ତଃସ୍ୱର। ୟୁକୋ ବ୍ୟାଙ୍କରୁ ବରିଷ୍ଠ ପରିଚାଳକ ଭାବରେ ଅବସର ନେଇଥିଲେ ହେଁ କବିତା ଏବେ ବି ତାଙ୍କ ଜୀବନର ପ୍ରାଣକେନ୍ଦ୍ର। କବିଙ୍କର କବିତା ନିରନ୍ତର ଭାବରେ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିବା ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ବାରା ପ୍ରଶଂସିତ ଓ ସମ୍ବର୍ଦ୍ଧିତ କରାଇପାରିଛି। ପ୍ରକୃତିର ଚାରୁଚିତ୍ର ଓ ମଣିଷ ହୃଦୟର ଆବେଗିକ ସମ୍ମୋହନରେ କବିଙ୍କର ପ୍ରତିଟି କବିତା ବଳିଷ୍ଠ ଓ ହୃଦୟସ୍ପର୍ଶୀ। କବିଙ୍କର ପ୍ରଥମ କବିତା ସଂକଳନ "ବିମୁଗ୍ଧ ଆକାଶର ସ୍ବର" ପାଠକ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ଓଡ଼ିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଛି।




You may also like

Ratings & Reviews

Be the first to add a review!
Select rating
 Added to cart